Stewardess of New Age—A poem by Denis Mair
Translatedinto ODIA by Bharati Nayak
ନବ ଯୁଗର ତତ୍ତ୍ଵବଧାୟିକା
ସମଦ୍ରଲମ୍ଫ କରି ଉଡିଯାଉଥିବାଆକାଶମୁଖୀ ଜେଟବିମାନରେ
ଥିଲା ତାଙ୍କ ଈର୍ଷା ଉଦ୍ରେକ କାରୀଚାକିରି ।
ଶହେଟନର ବିମାନ ଟି
ତାରଯାନ୍ତ୍ରିକ ବ୍ଲେଡରେଆକାଶରଛାତିକୁଚିରି ଦିଏ
ଆଉ ପବନବେଗରେ ଉଡିଯାଏ ।
ସେଇବିମାନପରିଚାରିକାଙ୍କବିମାନରେ
ଥିଲା ମୋରସ୍ଵପ୍ନରଉଡାଣ,
ମାତ୍ର
ତାର ଉଡାଣର ତୀବ୍ରଗତିର
ବହୁ ପଛରେ ପଡି ରହୁ ଥିଲା ମୋର ସ୍ଵପ୍ନ!
ସେ ଥିଲା ନୂତନ ଦର୍ଶନ ର ବିଶ୍ଵାସୀ,
ଅଦୃଷ୍ଟ ରବିଚକ୍ଷଣ ହାତ ରେ
ଟେକି ଦେଇଥିଲାତାରଭାଗ୍ୟ।
ସେ କହେ
ବିକ୍ଷୁବ୍ଧବାୟୁର ଅନ୍ୟନାମ
ଭାଙ୍ଗି ପଡୁ ଥିବା ବିଶ୍ଵାସ,
ତାରଆତ୍ମାକିନ୍ତୁ, ଏଇ ଅସ୍ଥିରତାକୁ
ସହଜରେ ଜୟକରିନବ ।
ମୁଁ ବିମାନଭିତରେ ଫିଙ୍ଗାହୋଇଥିବା
ପଥରଟେ ପରିବସିରହିଥାଏ ।
ମୋଭଗ୍ନଛାତିରେସତେ ଅବା
ରାଡାର ରପରଦା,
ପ୍ରଳୟ ରଆଶଙ୍କା ରେ ତ୍ରସ୍ତ
ପୃଥିବୀକେଉଁଠି ପଡିବ!
ବାହାରର ଦୃଶ୍ୟତୋଳେ
ମୋଛାତିରେ ଅନେକ ପ୍ରତିବିମ୍ବ
ଏହାହିଁ ମୋର ଆଧ୍ୟାତ୍ମିକ ମାର୍ଗ ।
ସେ କିନ୍ତୁ କେତେଶାନ୍ତତାରଉଡାଣରେ!
ତାଭିତରରଇନ୍ଧନକୁ
ମୁଁଖୋଜି ବାରେଲାଗି ପଡି ଥାଏ,
ତାର ଶକ୍ତି ପୂର୍ଣଧାତବଚେହେରାଚକଚକକରୁ ଥାଏ,
ଯେମିତି ଏକଉତ୍ସମାନ ଶକ୍ତି ରେ
ବଳୀୟାନହୋଇଆଗକୁ ଉଡି ଯାଉ ଥାଏ ।
ମାତ୍ରଆମେ ଯେତେବେଳେ
ପୃଥିବୀର ଅସ୍ଥିରବାୟୁମଣ୍ଡଳରେପ୍ରବେଶ କଲୁ,
ମୁଁ ଏକ ଭୀଷଣଝଡଦାନା ବାନ୍ଧୁଥିବାର
ବାସ୍ନାବାରିପାରିଲି ।
ସମୟକ୍ରମେ ବଡ ଜେଟ ତାର କ୍ଷିପ୍ରତା ହରାଉ ଥାଏ,
ଆଉପବନ ରେଠେଲି ହୋଇ
ଆଗକୁ ବଢୁଥିବା ବସପରିମନେ ହେଊଥାଏ ।
ପାରିଚାରିକା ମୁହଁରେଶ୍ରାନ୍ତିରରେଖା,
ମାତ୍ର ଆଖିରେ
ତା’ରସେଇ ଦାମ୍ଭିକ ଅଭିବ୍ୟକ୍ତି,
କାହିଁକିନ
ସେଏବେବି ସ୍ଵର୍ଗୀୟ ସମୀକରଣରେ ବିଶ୍ୱାସ କରେ,
ଯେତା’ଡେଣାରେ ତାକୁ ଉଡାଇ ନେବଆଉ
ମିଶେଇ ଦେବ
ଅନିର୍ବଚନୀୟ ସ୍ଵର୍ଗୀୟ ନୀଳିମାରେ।
Leave a Reply