ବଟବୃକ୍ଷ
ପଥ ପ୍ରାନ୍ତେ ଦଣ୍ଡାୟମାନ
ଏଇ ଯେବଟବୃକ୍ଷ
ଅଭୟ ମୁଦ୍ରାରେପ୍ରସାରିତ
ତାଙ୍କଶାଖା ଓ ପ୍ରଶାଖା ଓ
କୋମଳପଲ୍ଲବେ ପରିପୂର୍ଣ
ତାଙ୍କ ପ୍ରତି ଟିଶାଖା ଅଙ୍ଗ!
ବୃକ୍ଷକୋରଡ ରେ
ଆଶ୍ରୟ ଘେନିଛନ୍ତିଅନେକ ବିହଙ୍ଗ
ଆଗତଅପରାହାଣେ
ଶୁଭୁଅଛି ସେମାନଙ୍କ ସୁମିଷ୍ଟ କଳରବ!
ବିହଙ୍ଗ ଚଞ୍ଚୁରଆଘାତେ
ଲୋଟି ପଡୁଛନ୍ତିବଟଫଳମାନ
ନିର୍ବିକାରଅଚଳ ମୁଦ୍ରାରେ
ବଟବୃକ୍ଷଦଣ୍ଡାୟମାନ !
ତାଙ୍କସୁଶୀତଳଛାୟା ରେ
ଆଶ୍ରୟଘେନିଛନ୍ତି
କ୍ଲାନ୍ତପଥଚାରୀ
ଦୋଳାୟିତକରିଆପଣାର ଶାଖା ଓପ୍ରଶାଖା
ବଟ ବୃକ୍ଷ କ୍ଳେଶ ହରୁ ଥାନ୍ତି
ରୋକିନେଇ ଆପଣା ମଥାରେ
ଯେତେରୌଦ୍ରତାପ
ସେଅଚଳ ମୁଦ୍ରା ରେ ଦଣ୍ଡାୟମାନ!
ହେବଟବୃକ୍ଷ
ନିଃସ୍ୱାର୍ଥ ସେବା ହିଁ ତୁମ ଜୀବନ ର ସନ୍ଦେଶ
ତୁମ ନାମେକରେମୁଁଜୟ ଜୟ କାର!
Leave a Reply