ମା’ଗୋ !
ମମତାର ମଧୁର ମୂରତି ତୁ
ପ୍ରେମର ରୂପ ଅନନ୍ତ
ପ୍ରୀତିପୁର୍ଣପୃଥିବୀ,
ତୋରି ଆଶିଷେ ପ୍ରାଣ ବନ୍ତ
ବିଷାଦର ବାଦଲ ଭାସେତୋ ଆଖିରେ ଆଜି
ଶାରଦଆକାଶେ ଦେଖି କଳା ଧୂମ୍ରରାଜି
ତୋ ସ୍ନେହର ଶିଶୁ ମାନେ ଯୁଦ୍ଧରେଯାଇଛନ୍ତି ମାତି
ବାରୂଦଗୁଳିକମାଣବୋମାରେ ଦୁଲୁକେପୃଥିବୀI
ତୋ ଲୀଳା ରଭାରତ ଭୂମେ ଆଜିଆତଙ୍କ , ଲାଞ୍ଚ, ବ୍ୟଭି ଚାର
ଦେଖିବୋଧେନୟନୁଁତୋରଝରେଅଶ୍ରୁ ଧାର I
ମାଗୋ ତୋପାଶେ ବଳି ନାମେକଟା ହୁଏ
ସହସ୍ରନିରୀହ ମୁଣ୍ଡ
ହୃଦୟ ତୋର କେମିତି ରହିଛି ଥୟ
ଦେଖି ଏ ପାଶବ କାଣ୍ଡ !
ନିତିବିବସନାହୁଏଦ୍ରୌପଦୀ
କପଟ ପଶାରେ ଶକୁନିର
କେବେ ହେବଦୁର୍ଯ୍ୟୋଧନରଜାନୁଭଙ୍ଗ
ବେଣୀହେବ ବନ୍ଧା ଯାଜ୍ଞସେନୀର ?
ମା ‘ଗୋ, ଦୁର୍ଯ୍ୟୋଧନସଭାରେ
ଯୁ ଧି ଷ୍ଟିର, ଭୀମ, ଅର୍ଜୁନ ଆଦି
ମହାବୀର ମାନେ
ଦ୍ରୌପଦୀ ଭଳିଦୁର୍ଲଭରତ୍ନମାନଙ୍କୁ
କେଡେସହଜରେ ବାଜିଲଗାଇଦିଅନ୍ତି
ଅନାୟାସେମିଥ୍ୟାଧର୍ମ ନାମେ
ଆପଣାସ୍ୱାଧୀନତା ଟିକକବିକି ଦିଅନ୍ତି !
ଭୀଷ୍ମ ପିତାମହ, ବିଦୁରଆଦି
ଵିଵେକୀ ପୁରୁଷମାନେନୀରବଦ୍ରଷ୍ଟାସାଜି ଥାନ୍ତି I
ପ୍ରତିବର୍ଷ ଆହ୍ୱାନ କରନ୍ତି ତୁମକୁ
ନାନା ସାଜସଜା ଅଳଙ୍କାର ଆଉନୂତନବସନେ ଦିଅନ୍ତିମଣ୍ଡି
ମା’ଗୋ ଛଳନାର ମହିଷାସୁର ଆଜି ଉଠିଛି ମାତି
ମିନତି ମୋର ,
ତୋଶକ୍ତିତ୍ରିଶୁ ଳେବିଦ୍ଧକର ତାରଛାତି I
Leave a Reply