କୁବୁଜା -୨
କେତେ ଲୁହ, କେତେ ଯନ୍ତ୍ରଣା
କେତେବ୍ୟଥା ଆଉତୀକ୍ଷ୍ଣଶର
ତୋ ଛାତିରେଜମାଟବାନ୍ଧି ଥିଲା!
ଭାବୁ ଥିଲୁ- -କି ଅଭିଶପ୍ତଏ ଜୀବନ!
କି ବେଳାରେ ପାଇଲୁ ଜୀବନ,
ଜୀବନ ଟାସତେ ଅବାଖାଲିଏକଦୀର୍ଘଶ୍ୱାସ!
ଚମକିପଡ଼ୁଥିଲୁ
ଆଇନାରେ ନିଜ କୁରୂପଛବି ଦେଖି,
ଝରିପଡୁ ଥିଲା
ଚକ୍ଷୁରୁ ତପ୍ତ ଲୁହଧାର
ଭାବୁ ଥିଲୁ, ପିଠିରକୁବୁଜ ଟା
ସତେକି ପର୍ବତଟିଏତୋପୂର୍ବଜନ୍ମ ପାପ ର
ଏଇ ଯେ ସେ ସେଦିନ ଆସିବେ ବୋଲି
ତୋର କି ପ୍ରତୀକ୍ଷା,
ଛାତିରେ ସ୍ପନ୍ଦନ, ଆକୁଳିତ ପ୍ରାଣ!
ନିତିଦିନ ଦୁଷ୍ଟ କଂସ ର ସେବାରେ
ତୋରଦିନ ବହିଯାଉଥିଲା,
ହେଲେ, ଯେବେତୁ ଶୁଣିଲୁ, କୃଷ୍ଣ ଆସିବେ,
କି ଏକ ଆନନ୍ଦ ରେ ହେଲୁବିହ୍ଵଳ,
ଭୁଲିଗଲୁ, ସବୁ ଯନ୍ତ୍ରଣା,
ଅତୀତରସବୁ ସଂତାପ
ତାଙ୍କପାଇଁ ସଜାଡି ରଖିଲୁ
ନୂତନବସ୍ତ୍ର, ସୁଗନ୍ଧିତ ଚନ୍ଦନ ଆଉ ପୁଷ୍ପ ହାର
ଭୁଲି ଗଲୁନିଜର ଯାବତୀୟ ଅସୁନ୍ଦରତା
ଯେବେ ତାଙ୍କ ମଥାକୁ
ଚନ୍ଦନରଟିପାନେଇ ସ୍ପର୍ଶ କଲୁ
ଖେଳିଗଲା
ତୋ ପ୍ରାଣରେ ଆନନ୍ଦ ର ତଡ଼ିତ ଆବେଗ
ତୋର ଚକ୍ଷୁ ବିସ୍ଫାରିତ
ତାଙ୍କରସୁନ୍ଦରତା, ତାଙ୍କ ଦୟା, ତାଙ୍କ ମାୟା
ତୋତେ ଆବୋରି ନେଇଥିଲା,
ତୁଆଉ କୁବୁଜା ନଥିଲୁ,
ଥିଲୁଏକ ମୁକୁଳିତ ଆତ୍ମା
ଯେ ଆତ୍ମା ଚିରସୁନ୍ଦର
ତୋରସମସ୍ତ ଅସୁନ୍ଦରପଣ
ସେଇ ମୁହୂର୍ତ ରେ ହେଲାରୂପାନ୍ତରିତ
ତୋରପାପ, ତୋର ଦୁଃଖକୁସେ କୋଳେଇନେଲେ
ତାଙ୍କର ଅମୃତମୟସ୍ପର୍ଶ
ମୁହୂର୍ତ୍ତକେହରି ନେଇ ପାରେ ଯୁଗ ଯୁଗର ଅମାଅନ୍ଧାର
କୁବୁଜା, ତୁମେଏକ ଆତ୍ମା
ତୁମ ଆତ୍ମା ଭିନ୍ନ ନୁହେଁ ଶ୍ରୀରାଧା ଠୁ
ତୁମ ଆତ୍ମା ଭିନ୍ନ ନୁହେଁଭକ୍ତ ରଆତ୍ମା ଠୁ
ଆକୁଳରେ ଯେ ଖୋଜୁ ଥାଏ
ପ୍ରାଣ ପ୍ରିୟଈଶ୍ୱରଙ୍କୁ
Leave a Reply