ମୋରତ ଏଇଭାତ ହାଣ୍ଡି ରସଂସାର
ତେଲ ଚିକିଟା କଳାଧୂଆଁ
ଭୀମ ବାର, ସରଫ, ସାବୁନ, ଝାଡୁପୋଛା
ସକାଳଟିଫିନ ଠାରୁ ରାତିରୋଷେଇ
ସବୁସଜାଡି ରଖିବାରଭାର
ପିଲାଙ୍କଜୋତାପଲିସଆଉସ୍କୁଲଡ୍ରେସଇସ୍ତ୍ରୀ କରା,
ଦିଅଁପୂଜା, ଅତିଥିଚର୍ଚ୍ଚା
ଫୋନକଲଆଟେଣ୍ଡ
ପେପରଵାଲା ର ବିଲପେମେଣ୍ଟ
ପାଣିବିଲ, ବିଜୁଳି ବିଲଦାଖଲ
ସବୁସଜାଡିରଖୁ ରଖୁ
ଅଫିସ ବେଳହୋଇସରିଥାଏ
ଭାତଗୁଣ୍ଡାଙ୍କପାଟି କୁ ନେଇ
ଶାଢ଼ୀପିନ୍ଧାରେଲାଗିଯାଏ
ଏଇ ଅଟୋଵାଲା ବି
ବେଳେ ବେଳେଦାଉ ସାଧନ୍ତି
ହେଡ଼ ମାଷ୍ଟ୍ର ଙ୍କତାଗିଦା
ଟାଇମ ରେ ପହଂଚି ବାକୁହେବ
ସ୍କୁଲପିଲାଙ୍କୁପାଠ ପଢ଼େଇ ବାରେ ବକର ବକର
ଖାତା କରେଁକ୍ସନ ରେଝାଳନାଳ
ତା ଉପରେପୁଣିମଧ୍ୟାହ୍ନଭୋଜନତଦାରଖ
ସବୁ ଡିଉଟି ସାରି , ସନ୍ଧ୍ୟା ରେଫେରିବା ପରେ
ସ୍ୱାମୀ ଙ୍କରବଙ୍କାହସ, ବ୍ୟଙ୍ଗବାଣୀ
ଆଜି ଏଇ ଅପରାଜିତାଷଡ଼ଙ୍ଗୀ
ଠକେଇମାଷ୍ଟ୍ରାଣୀ ଗୁଡ଼ାଙ୍କୁ
ଦେଇଛିନାଛି
ସେମାନଙ୍କର ରଙ୍ଗ ବେରଙ୍ଗଷ୍ଟାଇଲ ସବୁ ବାହାରି ଯିବ
ଗୋଲାପୀ ଶାଢ଼ୀ, କାଳିଆବ୍ଲାଉଜ
ବେସହୋଇଛି
ଧରାପଡିଯିବେରାସ୍ତାରେ
ଲେଟଆସିବାଅଭ୍ୟାସସବୁବାହାରିଯିବ !
ମୋ ଦୀର୍ଘ ନିଶ୍ୱାସ ରେ
ବ୍ୟଙ୍ଗବାଣୀ କୁ ହଜମ କରିଦିଏ
ରାତିପାଇଁ , ସକାଳ ପାଇଁ
ଆସୁ ଥିବା ଦିନଗୁଡିକ ପାଇଁ
ମୁଁ ପ୍ରସ୍ତୁତ ହେଉ ଥାଏ ,
କେଜାଣିଅପରାଜିତା ଷଡ଼ଙ୍ଗୀ
କିସଜାଡି ପାରିବ
ମୋପିଲାଙ୍କ ବହିପତ୍ର
ଜୋତା ପଲିସ, ଡ୍ରେସଜାମା, ଇସ୍ତ୍ରୀ କରା
ନା ମୋସ୍ୱାମୀଙ୍କତାସ ଖେଳା
ପାନ, ମଦ, ସିଗାରେଟଖିଆ,
ମୋସଂସାର, ମୋର ,
ମୁଁ ମାଷ୍ଟ୍ରାଣୀ ହୁଏବି
ନ ବୁଝୁଅପରାଜିତା ,
ହେଇଦେଖ,
ଏଇ ଦାଣ୍ଡଦୁଆରେ ଫୋପାଡ଼ିଦେଲି
ତୁମରଯେତେବ୍ୟଙ୍ଗ ଟିପ୍ପଣୀ !
Leave a Reply