କିଛିଦିନ ଆଗେ
ଭାତ ରାନ୍ଧୁ ଥିବାସମୟରେ
ହାତ ମୋର ଜଳିଗଲା,
ଆଖି ଭରିଗଲା ଲୋତକରେ!
କିବା ବିଚିତ୍ରଏଇ ହାତ ଜଳିଯିବା ,
ଏ’ତସଂସାରୀଜୀବନରଜ୍ୱାଳା,
ସହିବାକୁହୁଏନୀରବରେ!
ମୁଁ ବାହାରିଆସିଲି ଅଗଣାକୁ ,
ଦେଖିଲିଆକାଶରେ ,
ମେଘଟିଏ ନଇଁଆସିଲା,
ମୋ ମୁହଁ ପରି ବେଦନା ରେ ଭରାତା ମୁହଁ ,
ଲୁହସବୁଜମାଟ ବାନ୍ଧୁଥିଲେ ,
ଶୂନ୍ୟକୁମୋହାତପ୍ରସାରି ଦେଲି ,
ଦୁଇଠୋପାବର୍ଷା ବିନ୍ଦୁ ଝରି ଗଲେ ,
ମୋ ହାତପାପୁଲିରେ,
ବିଜୁଳିର ଚମକଖେଳି ଗଲାମୋ ମୁହଁରେ ,
ଫେରିଲିପୁନର୍ବାରମୋ ଗୃହକୁ
ବିଜୁଳିମାନେଖେଳୁ ଥିଲେମୋ ଭିତରେ !
Leave a Reply