କବିତା ଆସିଥିଲା
ସମୁଦ୍ରର ଜୁଆର ପରି
ଭାଙ୍ଗି ଭାଙ୍ଗି ଲହଡି
ହଳଦୀ ବସନ୍ତରରଙ୍ଗନେଇ
ମନକୁ ସ୍ବପ୍ନ ରେ ସଜେଇ!
ତାଡେଣାରେବୋହିଆଣିଥିଲା
ବର୍ଷା ର ଟୋପାଟୋପାଅଶ୍ରୁ
ଆଉକେତେବେଳେ ନିର୍ମଳ ଖରାର ଝିଲମିଲ
ଆଣିଥିଲା ଫଗୁଣର ମତୁଆଲା ପବନରେ
ରାଶିରାଶି ଫୁଲର ମହକ
ଆଉ ଅନେକରଙ୍ଗର ରୋଷଣୀ !
କେତେବେଳେ କବିତା ପାଲଟି ଗଲା
ଖାଲି ବିଷାଦର ଋତୁ
ଖୋଜୁ ଥିଲା ନିଜଛବି
ଶୀତ ରାତିରକାକରରେ
ଆଉଜଣାନାହିଁ , କେତେବେଳେ
ନିଶବ୍ଦ ରେଉଭାନ ହୋଇଗଲା
ମିଳାଇଗଲା ପବନରେ ,
ମୁଁଆଜିବି ଖୋଜୁଛି
ମୋପ୍ରିୟ କବିତାର ଠିକଣା
ଡାଏରୀ ର ଛିନ୍ନ ପୃଷ୍ଠା ରେ- –
Leave a Reply