କଳା ଶ୍ରୀମୁଖ କମଳ ପାଦେ
କଳାକଳା ଡୋଳାତୋର
କରୁଣାରେ ଜର ଜର
କଳାଶ୍ରୀମୁଖେଫୁଟେ ଦ୍ୟୁତି
କୃପାବାରି ବରଷଇ ଭକ୍ତ ଜନ ପ୍ରତି!
କିସୁନ୍ଦରଆହାଦିଶେ ଝଟଝଟ
କିରୀଟସୁଶୋଭିତଶ୍ରୀମୁଖଅମୃତ,
କୁଞ୍ଜବନେରଚିଥିଲୁ ନାନା ରାସ, ନାନା ପ୍ରୀତି
କିକାରଣେଆଦରେବରିନେଲୁ, ନୀଳକନ୍ଦରେ
ତୋର ସ୍ଥିତି!
କିଛିଅଛିନିଶ୍ଚୟତୋର ଅଭେଦ୍ୟ ପ୍ରୀତି,
ଅମାପକରୁଣାତୋରଭକ୍ତ ଜନପ୍ରତି,
କେତେନୃପ କେତେ ନରପତି,
କେତେ ସାଧୁ, କେତେ ପଣ୍ଡିତ ଯଶସ୍ବୀ,
କୃପାତୋର ଲଭି, ପାଇଛନ୍ତି ଅମୃତ ଜୀବନ,
କର କରୁଣାମୋପାଇଁ
ତୋଦୟାରେ, କ୍ଷୁଦ୍ର ମୁହିଁ
ମୋ କର୍ମରେମୁଁହୁଏ ମହାନ!
Leave a Reply