ଗୀତାଞ୍ଜଳିର କବିତା-3
ପ୍ରଭୁ, ଜାଣେନା ମୁଁ
କେଉଁ ରୂପେ ଗାଅ ତୁମେ
ତୁମର ସେ ସଂଗୀତ,
ହେଲେ ଶୁଣେ ମୁହିଁ କାନ ଡେରି,
ହୋଇବିସ୍ମିତ ନୀରବ l
ତୁମସଂଗୀତରଆଲୋକେ
ଏ ଧରଣୀଆଲୋକିତ
ସେ ଜୀବନ ସଂଗୀତରନିଃଶ୍ଵାସ
ବ୍ୟାପୃତଆକାଶ ରୁ ମହାକାଶl
ଭାଙ୍ଗି ଦେଇଯେତେସବୁକଠୋର ବାଧା ବିଘ୍ନ
ବୋହି ଚାଲେ ସେ ସଂଗୀତରପ୍ଲାବନ l
ମୋ ହୃଦୟହୁଏଉଛ୍ବସିତ,
ମିଶିବାକୁତୁମସଙ୍ଗୀତରେ
ହେଲେ ଯୁଝୁ ଥାଏମୁହିଁ, ସୁରଟିଏ ପାଇଁ,
କହିବାକୁବସେ
ହେଲେ ଭାଷା ମୋର, ସୁରେ ଫୁଟେ ନାହିଁl
ଅଧୀରଅବେଗେ ତେଣୁ
କାନ୍ଦେ ମୁଁକଇଁକଇଁl
ଆହାପ୍ରଭୁ ମୋର,
କରିଅଛ ମୋ ହୃଦୟବନ୍ଦୀ
ଅନନ୍ତସୁରେ
ତୁମସଂଗୀତର l
ଅନୁବାଦ
@ଭାରତୀ ନାୟକ
12-01-2018
Leave a Reply