ଚିଲିକା
ମା ଚିଲିକା
ମନେପଡେ , ଦେଖିଥିଲି ତୋର
ମନୋହାରିଣୀ ରୂପ
କଲା ଘୁମର ପାଣି, ଢେଉ ଛୋଟ ଛୋଟ,
ସୁନେଲି କିରଣରେ ତୋର, ସୂର୍ଯ୍ୟ ସ୍ନାତ ବେଶ l
ଦେଖିଥିଲି
ତୋ ହୃଦୟେ ଆସୀନ
କରୁଣା ଛଳ ଛଳ, ମମତାମୟୀ ମା କାଳୀଜାଈ,
ଦେଖିଥିଲି , ନଳ ବଣ ଆଉ ସହସ୍ର କୋଶ ଡେଇଁ
ତୋ କୋଳକୁ ଉଡି ଆସିଥିବା ଅସଂଖ୍ୟ ଚଢେଇ l
ଦେଖିଥିଲି ପାଣି ଉପରେ କୁଦା ମାରି
ଡୁବି ଯାଉଥିବା ଡ଼ଲଫିନ
ଆଉ ଡ଼ଲଫିନ ଦେଖି ଖୁସିରେ କୁରୁଳୁ ଥିବା ଶିଶୁ ମନ l
ଦେଖିଥିଲି
ପାଣିରେ ଝୁଲି ଝୁଲି ଭାସି ଯାଉଥିବା
ମାଛଧରା ନୌକା
ଦୂରୁଁ ଦୃଶ୍ୟମାନ ପାରିକୁଦ, ମାଲୁଦ
ସନ୍ଧ୍ୟା ନଇଁଗଲାପରେ
ମାମୁ ଭଣଜା ପାହାଡର ନୀଳ ନୀଳ ରୂପ l
ଲବନାକ୍ତ ଲୁହର ହ୍ରଦଟି ଏ ତୁ
ତୁ କି ଦେବୀକନ୍ୟା
କାଳିଜାଇର ଲୁହ
ଅବା କନ୍ୟiହରା ପିତା ର
ଅନ୍ତହୀନ ବେଦନାର ଲୋତକ?
ତୁ ପ୍ରିତୀମୟୀ ମାତୃ ମୟୀ ଚିଲିକା
ତୋ ମମତାର ଡୋରିରେ
ଦିନେ ଟାଣି ଆଣି ଥିଲୁ
ପରମ ଆରାଧ୍ୟ ପ୍ରଭୁ ଜଗନ୍ନାଥ ଙ୍କୁ
ଯବନ ଡରରେ ଦିନେ ଆସି ଆଶ୍ରା ଲୋଡ଼ିଥିଲେ
ତୋ କୋଳରେ l
ଆଜି ତୋ ଉପରେ
ଚିଙ୍ଗୁଡ଼ି ଘେରି ର ରାଜ
ବାଲିରେ ପୋତିହୋଇ ଯାଏ ତୋର ଛାତି
ତୋ ଦେହରେ ନୌବାଣିଜ୍ୟର
ଇତିହାସ ଲେଖିଥିବା ଓଡ଼ିଆ ଜାତି
ସତେକି ଦରଦହୀନ ଆଜି
ଅମାପମାପ ମମତାର ଗଭୀରତାକୁ
ଭାଗ କରି ଚାଲିଛି
ଚିଙ୍ଗୁଡ଼ି ଘେରିରେ l
Leave a Reply