Mo jharkara kachare
Abirama tume piti heuthibara drushya
Drushya mane dhuanlia
Drushya mane bahi jauchhanti
jaladhara pari
ekakar hoi jauchhanti
Dhara dhara luhare
Dahala kharare
greesmara santapare
kete tumaku na khojichhi?
Luchi rahithila
Keun baudara uhadare?
Kemiti kemiti katila nidagha jatra
Hueta shubhila mo artaswara
Tume aasila chaudiga chamakai
Batabaranare tuma aasibara sugandha
Mu bhiji jaithili
Bimala aanandara ashru re
Mo kabatare
Thak thak awaja
Tume dakuthibara shabda
Mo nibuja dwara o jharkara phanka dei
Tume ebe bi
Pashi aasuchha
Bela abelare! !
Barsa- The poem in Odia script
ବର୍ଷା
ମୋ ଝର୍କାର କାଚରେ
ଅବିରାମ ତୁମେ ପିଟି ହେଉଥିବାର ଦୃଶ୍ୟ
ଦୃଶ୍ୟ ମାନେ ଧୂଆଁଳିଆ
ଦୃଶ୍ୟମାନେ ବହି ଯାଉଛନ୍ତି ଜଳଧାରା ପରି
ଏକାକାର ହୋଇ ଯାଉଛନ୍ତି
ଧାର ଧାର ଲୁହରେ l
ଡହଳ ଖରାରେ, ଗ୍ରୀଷ୍ମର ସଂତାପ ରେ
କେତେ ତୁମକୁ ନଖୋଜିଛି !
ଲୁଚି ରହିଥିଲ କେଉଁ ବଉଦର ଉହାଡ଼ ରେ ?
କେମିତି କେମିତି କଟିଲା ନିଦାଘ ଯାତ୍ରା
ହୁଏତ ଶୁଭିଲା ତୁମକୁ ମୋ ଆର୍ତ୍ତ ସ୍ୱର
ତୁମେ ଆସିଲ ଚଉଦିଗ ଚମକାଇ
ବାତାବରଣରେ ତୁମ ଆସିବାର ସୁଗନ୍ଧ
ମୁଁ ଭିଜି ଯାଇଥିଲି ବିମଳ ଆନନ୍ଦର ଲୁହରେ !
ମୋ କବାଟରେ ଠକ ଠକ ଆବାଜ
ତୁମେ ଡାକୁଥିବାର ଶବ୍ଦ
ମୋ ନିବୁଜ ଦ୍ୱାର ଓ ଝର୍କାର ଫାଙ୍କ ଦେଇ
ତୁମେ ଏବେବି ପଶି ଆସୁଛ
ବେଳ ଅବେଳ ରେ !
Leave a Reply