ବର୍ଷା- -୩
ବର୍ଷା ତୁମେ ଝରି ପଡ ଲୁହ ଧାରପରି
ତପ୍ତ କ୍ଲୀଷ୍ଟଧରା ର ବକ୍ଷ ରେ
ପୁଞ୍ଜୀଭୂତ ଯନ୍ତ୍ରଣା, ରୌଦ୍ରତାପ ଯେତେ
ନିମିଷକେ ଉଡିଯାଏ କାହିଁ କେତେ ଦୂରେ l
ତୁମଆଗମନୀ ର ସଂଗୀତ
ଶୁଭି ଯାଏ, ପତ୍ର ଗହଳରେ
ଝିଙ୍କାରୀ ରଝୀଂଝୀଂଆଉ ବେଙ୍ଗ ର ଡାକରେl
ଆକାଶରେ କଳା କଳାବାଦଲ ର ସମାରୋହ,
କେତେବେଳେକେମିତି ତଡ଼ିତ ର ଝଲକ
ଝୁଡିଝୁଡିଝଡି ପୋକ
ଝାଡ଼ିଦିଅନ୍ତିଡେଣା ମାନ,
ରହି ରହି ଶୁଭି ଯାଏଘଡ ଘଡି ର ଗର୍ଜନl
ଡୋଳାୟିତ ବୃକ୍ଷ ଶାଖା ରୁ
ଝରି ପଡୁ ଥାଏବର୍ଷା ବିନ୍ଦୁ
ବାଦଲ ଆଖି ର ଲୁହ ଧାର
ଲହୁ ଧାର ଭଳି
ପୃଥିବୀ ର ଧମନୀ ରେ
ବହି ଯାଏ ଭେଦି ଭେଦି ପ୍ରତିଟି କୋଣରେ
ନୂତନ ସୃଷ୍ଟି ର ସମ୍ଭାବନା କୁ କରୁଥାଏ
ଅଧିକ ରୁ ଅଧିକ ଉର୍ବରl
Leave a Reply