ଜୀବନରଅନେକକିଛି
ଅବଶେଷ ଅବଶୋଷ
ସିନ୍ଦୁର ଅଳତା ରଙ୍ଗରେ
ଢାଙ୍କିଯାଇଥିବା
ଜୀବନରଆଉସବୁରଙ୍ଗ
ବେଳେବେଳେଚମ କି ଆସନ୍ତି
ମାଟିକୁଫଟେଇ ଅଙ୍କୁରୋଦଗମଭଳି
ସମ୍ଭାବନାରସମ୍ଭାରରେ
ସ୍ବପ୍ନ ମାନେପତ୍ର ମେଲି ଦିଅନ୍ତି
କେତେ ସ୍ବପ୍ନଖରା ତାତି ରେଝାଉଁଳିପଡିଛନ୍ତି
ଆଉ କେତେଭୀତତ୍ରସ୍ତମୂଷିକ ସମ
କେଉଁ ଏକ ସୁଡ଼ଙ୍ଗରେ ଆଶ୍ରୟ ଲୋଡ଼ନ୍ତି
ମୋର ସେଇଅଧା ରାସ୍ତାରେ
ଛାଡି ଆସିଥିବାସ୍ବପ୍ନମାନଙ୍କର
ଖବର ରଖିବାକୁ
ବେଳ ଗୋଟାଉଗୋଟାଉ
ରାତିପାହିପୁଣିସନ୍ଧ୍ୟାନଇଁ ଯାଏ
ରାତି ପରେ ଦିନବିତିଯାଏ
ଦିନ ପରେ ଦିନ, ମାସ ପରେ ବର୍ଷ
ଗଡ଼ିଯାଏ
ହେଲେସ୍ବପ୍ନ ମାନେ
ପ୍ରଭାତର ଶିଶିର ସ୍ନାତଫୁଲ ପରି
ସଦାଜୀବନ୍ତ
ମୋ ଭାବନା ର ବଗିଚାରେ
Leave a Reply