ଅବରୁଦ୍ଧ
ମୋନିଶ୍ୱାସ ରଓଜନ ରେ
ଶବ୍ଦ ମାନେଓଜନିଆ ହୋଇଯାଉଛନ୍ତି
ପଂକ୍ତିମାନେ ଭିଜୁଛନ୍ତି ଲୁହରେ
ଶବ୍ଦ ଟିଏଖୋଜି ଖୋଜି ପାଉନାହିଁ
କୁହ, କେମିତି ଲେଖିବି କବିତା !
ଅନ୍ଧାରକୋଠରୀରେ ଶବ୍ଦ ମାନେ ବନ୍ଦୀ
ହଜି ଯାଇଛି ଭାଷା
କୁହକେମିତିଉଦ୍ଧରିବି ସେମାନଙ୍କୁ ?
ଚାବିଟିଏ ଧରାଇ ଦିଅ
ମୋହାତରେ
ମୁକୁଳି ଆସନ୍ତୁ ସେମାନେ
କଅଁଳିଆଖରାକୁ
ଉଷାର ଉଷ୍ମତାରେ
ଉନ୍ମତହୁଅନ୍ତୁଶବ୍ଦ
ଖେଳି ଯାଆନ୍ତୁ ଦିଗବିଦିଗ,
ମୋ ଅନ୍ତରର ଭାଷା
କବିତା ହୋଇ ବହି ଯାଉ
ଛଳ ଛଳଆବେଗରେ ~~~~~~~~~~
Leave a Reply