ସୂର୍ଯ୍ୟ
ମୋ ହାତ ପାପୁଲିରେ
କଅଁଳ ଛୁଆଁ ଦେଇ
ଲୁଚକାଳି ଖେଳୁଥିବା ସୂର୍ଯ୍ୟ!
ତୁମ ଶକ୍ତିର ରେଣୁ ରେଣୁ
ଭରି ରହିଥାଏ
ମୋ ଜୀବକୋଷିକା ର ପ୍ରତିଟି ସ୍ତରରେ
ପ୍ରଭାତ ସଙ୍ଗୀତରପ୍ରତିଟି ଅବାହନୀ ରେ
ତୁମେ ଥାଅ
ଥାଅତୁମେ ପୁଣି
ଆନନ୍ଦ ଉନ୍ମେଷ, ମଧୁ ଗୁଞ୍ଜନ ରେ
ତୁମେ ଥାଅଯେତେ ସବୁମିଠା ବାସ୍ନାରେ
ଜୀବନରରଙ୍ଗ ବେରଙ୍ଗ ପାଖୁଡ଼ାରେ
ଶୀତ ସକାଳରକୁହୁଡି ଭେଦୀ ନରମ ଖରାରେ
ହେମନ୍ତ କାକରରେଚକ ଚକ
ତୁମ ଅସଂଖ୍ୟପ୍ରତିଛବି
କୋକିଳର ମୁହୁଃମୁହୁଃ ତାନରେ
ଭାସି ଆସୁଥାଏ ତୁମ ସ୍ୱର
ସବୁ ଦୁଃଖ ଯନ୍ତ୍ରଣାକୁ ଆଉଜେଇ ନେବାର ସ୍ୱର!
ତୁମେ ଥାଅ, ଯୋଜନ ବ୍ୟାପି ଦୂରତାରେ
ଅଥଚ ତୁମ ଉଷ୍ମତା ଛୁଇଁ ଯାଉଥାଏ
ଅବନୀର ଜଳ ସ୍ଥଳ ଆକାଶ
ଏଠି ଯେତେଆନନ୍ଦ ଆଲୋଡ଼ନର
କାରଣ ହୋଇ ତୁମେ ଥାଅI
ମୋ ନିଃଶ୍ବସର ଅମ୍ଳଜାନ
ସାଗୁଆ ପତ୍ରର ଅଙ୍ଗାରକାମ୍ଳ
ଚଢେଇର କାକଳି, ଆକାଶର ବଉଦ
ସମୁଦ୍ରର ଢେଉ
ଅସଂଖ୍ୟକlରଣର କାରକ
ହୋଇ ତୁମେଥାଅ
ରାତ୍ରୀ ଆସିବା ପରେ ମଧ୍ୟ ତୁମେ ଥାଅ ପଶ୍ଚିମରେ
ପୂର୍ବଦିଗରେ
ତୁମ ଉଦୟକୁ
ଅପେକ୍ଷା ରଖିଥାଏ
ମୋର ପ୍ରତିଟି ସକାଳ I
Leave a Reply