1
ସୁନ୍ଦର
ସୁନ୍ଦର ପିଲାଦିନ।
ସୁନ୍ଦର
ସୁନ୍ଦର ପାଣି ପବନ।
ସୁନ୍ଦର ବନ
ସୁନ୍ଦର ଜୀବନ।
ସରେ ନା,
ସୁନ୍ଦର ସୁନ୍ଦର ଥାଏ
ସବୁଦିନ।
ସୁନ୍ଦର ଅବଶୋଷ
ସୁନ୍ଦର ଜ୍ଞାନ।
ସୁନ୍ଦର ଜୀବନ।
ସବୁ ସୁନ୍ଦର ଭିତରେ
ଡହକବିକଳ ତଥାପି ମନ।
2
ସୁନ୍ଦର
ସୁନ୍ଦର ନାଇଁ ଇତି।
ସୁନ୍ଦରର
ଚାରିଆଡକୁ ଗତି ।
ସୁନ୍ଦରକୁ ଧରି
ଫୁଲୁଛି ଛାତି ।
ସୁନ୍ଦର ଜାତି
ସୁନ୍ଦରରେ ମାତି
ସୁନ୍ଦରକୁ ଦିଅ
ଆହୁରି ଗତି।
ସୁନ୍ଦର ଜୀବନ
ସୁନ୍ଦର ମନ।
ସୁନ୍ଦରକୁ ଧରି
ସୁନ୍ଦରକୁ ମାପ ସାରାଦିନ।
Leave a Reply