ମାଟିର ଶତ୍ରୁ
ଗଜାନନ ମିଶ୍ର
1
ଏ ଶଳେ
ଖାଉଚନ୍ତି ଆମର
ଗୁଣ ଗାଉଛନ୍ତି
ଆମ ଶତ୍ରୁର।
ଆମ ଶତ୍ରୁ
ଯିଏ ଆମ
ପୂର୍ବପୁରୁଷଙ୍କୁ
ବନ୍ଧୁକଗୁଳିରେ ମାରିଛି,
ଦେଇଛି ଫାଶି
ଲୁଟ କରିଛି
ଆମ ମାନ ଇଜ୍ଜତ
ପରିଚିତି,
ଧନଜନ ଗୋପଲକ୍ଷ୍ମୀ।
ଏ ଶଳେ
ଭୁଆଁ ବୁଲାଇ ବୁଲାଇ ଆମକୁ
ନିଃଶେଷ କରିବାରେ ବ୍ୟସ୍ତ,
ବେଧ ଛୁଆ କୋଉଠାର!
ଆଉ ଆମେ ଜୟ ଜୟକାର
କରିଚାଲିଛୁଁ ଘରେ ବାହାରେ
ଆଇନକୁ ସମ୍ବିଧାନକୁ
ଫୁ କରି ଉଡାଇଦେଇ
ଆଉ କୁଆଡେ।
ଆମେ ଇ ଆମର ଶତ୍ରୁ,
ଆମ ମାଟିର ଶତ୍ରୁ,
ଆମ ରକ୍ତର ଶତ୍ରୁ ।
2
ହଁ, ଅଛ ତୁମେ,
ଅଛ କେବଳ
ଖାଦ୍ୟ ପାଇଁ।
ଅଛ, ଅଛ,
ଦେଖିଲାବେଳକୁ
ନାହଁ, ନାହଁ।
ଖାଉଛ ଖାଦ୍ୟ,
ଆଉ ତୁମେ ନିଜେ
ଗୋଟେ ଖାଦ୍ୟ।
ଖାଦ୍ୟ ଯିଏ
ଖାଦକ ସିଏ।
ଗୋଲେଇରେ
ଗୋଲ ଗୋଲ ଖେଳ
ଏଠାରେ।
କେମିତି କଣ
ନ ପଚାର।
ଦେଖ ଆଉ
ଅନୁଭବ କର,
ଜାଣ ସତ୍ୟ।
ସତ୍ୟ- ନୁହଁ
କିଛି ବି।
ବଂଚ, ବଂଚିଯାଅ
ମରିବାକୁ ଏଇଠି।
ମାନେ ନାଇଁ
ସୁନ୍ଦର ଆଉ
ଅସୁନ୍ଦର।
ସବୁ ଆଲୁଅ
ସବୁ ଅନ୍ଧାର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/6/2019
Leave a Reply