କେତେ କଣ ପଶିଲା
ଗଜାନନ ମିଶ୍ର
କିଏ ଜାଣିଲା,
କେତେ କଣ
କୋଉଠି କେମିତି
ପଶିଲା ଆଉ
ପଶି କଲା କଣ!
କିଏ ବୁଝିଲା
କୋଉଠି କେମିତି
କଣ ହେଲା ଆଉ
ହେଲା ପରର
ପରିସ୍ଥିତି କିଆଁ
ବିଗିଡିଲା କୁହାଗଲା!
କି ଆଲୁଅ ସହିତ
କି ଆଲୁଅର
ହେଲା ଟକ୍କର
ଆଉ କଣ ହେଲା
ତା ପରେ ପରେ
ଏଠାରେ ଏତେବେଳେ।
ରଙ୍ଗରୂପକୁ ନେଇ
କିଏ କୋଉଠି
କଣ କଲା କି ନ କଲା
ଲେଖା ହୋଇ ରହିଲା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
23/7/2019
Did you enjoy the the artible “ଲେଖା ରହିଲା Kept In Written” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply