କବିତା ଫବିତା
ଗଜାନନ ମିଶ୍ର
ଛାଡ ହୋ,
କବିତା ଫବିତା
ସବୁ ବାଜେ!
ଅଛି କଣ ସେ ସବୁରେ?
କୋଉ ଜିରାରୁ
କାଢୁଛ ଶିରା
ଆଉ ନେଉଛ
ବାହାବା!
ବାଃ ଏତେ କଥା!
କାନ୍ଥ କଲଣି ଭର୍ତ୍ତି,
କହୁଛ କଣ ନା
ଏଇଟା ମିଳିଛି ସେଇଠୁ
ଆଉ ସେଇଟା ମିଳିଛି ଏଇଠୁ!
କୋଉଟା କୋଉଠୁ ମିଳିଲା
ଆମର କି ଯାଏ ହୋ!
କେମିତି ମିଳିଛି କହ ନା!
ଧେତ୍ ତେରିକି, ଆପେ ଆପେ
ଫୁଲି ଆସୁଥିଲାବେଳେ ଛାତି,
ଛେକୁଛି ହାରମଜାଦୀ।
ଆବେ ହେ, ଏ ତେଲଲୁଣର
ଅଠରନଳାରୁ ବାହାରି ଆ
ଆଉ ଦେଖି ନେ ପଡୁଛି
କେମିତି ସେ ତାରାଟା
କଟା ମୁନୁଗାଗଛ ଉପରେ!
ତପୋବନ,ଟିଟିଲାଗଡ, ବଲାଙ୍ଗିର
3/10/2019
Leave a Reply