ନାହିଁ ଶେଷ
ଗଜାନନ ମିଶ୍ର
କବିତା ମୋର ଅସ୍ତ୍ର
କବିତାରେ ବଂଚେ ମୁଁ
ଶତ୍ରୁକୁ ମାରି କବିତାରେ।
କିଏ ଶତ୍ରୁ ମୋର?
ଯିଏ ଆଘାତ ଦିଏ କବିତାକୁ?
ଆରେ ନା, ନା ବାବା ନା,
ସିଏ ତ ମୋର ଜୀବନ୍ତ କବିତା,
ବଂଚେଇ ରଖେ ସିଏ କବିତାକୁ!
କବିତା ବଂଚେ, ବଂଚିଥାଏ
ମୋଠି ମୋ ମାଟିରେ ମୋ ଭାଷାରେ
ମୋ ପ୍ରେମରେ ମୋ ସତ୍ୟରେ ।
କବିତାକୁ ଧରି ମୁଁ ମାପୁଥାଏଁ ଆକାଶ,
ମୁଁ କବିତା ଆଉ ମୁଁ ଇ ବତାସ,
ମୁଁ କବି, ମୋରି ନାହିଁ ଶେଷ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
23/10/2019
Leave a Reply