ମା ଗୋ
ଗଜାନନ ମିଶ୍ର
ଦହନା ମାଳ
ମନ୍ଦାର ଫୁଲ
ଲାଲ ସିନ୍ଦୂର
ବାସ୍, ଦେବୀ!
ମା ହୋଇଗଲା
ପଥର!
ମା ଲୋ ମୋର,
ଏଇଟା ଦେ
ସେଇଟା ଦେ
ଦେ ଦେ ଦେ
ହେଲେ ମା ଗୋ
ଯେତେ ଦେଲେ ବି
କଣ ଅଣ୍ଟୁଛି ମତେ!
ଆସୁଛୁ କେତେ
ଯାଉଛୁ କେତେ
ଜନ୍ମଉଛୁ ପୁଣି ମାରୁଛୁ
ମନ୍ଦ ଅଲଗେଇ
ଭଲ ରଖୁଛୁ,
ସତରେ କଣ ତୁ
ଅଛୁ?
ଭାଷା ତୋର,
ତୁ ଇ ଭାଷା ମୋର।
ମା ଗୋ ମା,
ତୁ ଇ କେବଳ ତୋର,
ତୋ ପାଇଁ
ତୋ ହାତରେ
ସମର୍ପୁଛି ମୋର ଇ ଶିର।
ତପୋବନ, ଟିଟିଲାଗଡ, ବଲାଙ୍ଗିର
6/10/2019
Leave a Reply