ପାଗଳ
ଗଜାନନ ମିଶ୍ର
ଖୋଜାଯାଉ ଆଉ ଥରେ
ପାଗଳର ସଂଜ୍ଞା!
ସତରେ ପାଗଳ କିଏ?
ଉଠିବସି ଆମେ ଭକୁଆ,
ଚାଲବୁଲ କରି ଆମେ ସେତୁଆ,
କିଣାବିକାରେ ଆମେ ମାଧିଆ,
କୁହାବୋଲାରେ ଆମେ ଚୁତିଆ,
ଆଉ କଣ କଣରେ ଆଉ କଣ କଣ
ସ୍ପଷ୍ଟ କହିଲେ କହିବ ଏମିତି,
ଭଲ ନୁହଁ ଭାଇନା, ଶବ୍ଦ ବାହାର କରିବା।
ବିନା ଶବ୍ଦରେ
ତୁମେ ଯେ ବୁଝିବ ଠିକ୍ ଠିକ୍
ଅବଶ୍ୟ ଧିମେଇ ଯାଇଛି ଏଇ ଆଶା।
ଶବ୍ଦଗୁଡିକ ତଥାପି ଅଛି ସବୁ
ବ୍ୟବହାର ନ କରି ବି,
ବହୁତ ଧନ୍ୟବାଦ ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
16/9/2019
Leave a Reply