ନିମନ୍ତ୍ରଣ
ଗଜାନନ ମିଶ୍ର
ଆସି ନାହିଁ,
ଆସି ନାହିଁ ନିମନ୍ତ୍ରଣ
ଯିବାକୁ ଦେଖିବାକୁ ଦିଗନ୍ତ।
ଦିଗନ୍ତ ହସୁଛି କି
କାନ୍ଦୁଛି ନାଇଁ ଜଣା।
ନାଇଁ ଜଣା ପୁଣି
ହେବ କଣ ଧୂସର କି
ଈସତ୍ ହଳଦିଆ
ଏ ଶିଳା।
ଏ ଶିଳା ଏମିତି
ଏଇଠି ଧ୍ୱସ୍ତ,
ଏମିତି ଏ ସକାଳ
ଆଉ ଏସଂଧ୍ୟା ବି
ରକ୍ତାକ୍ତ।
ରକ୍ତାକ୍ତ ସମୟ,
କବିତା ବି
ଉଠୁଛି ଶିହରି।
ଉଠୁଛି ଶିହରି
ଆକାଶ ପାତାଳ
କାଠଚଂପା ସବୁ
ପଡୁଛି ଝଡି।
କୋଉଠି ମାଟି?
ତପୋବନ, ଟିଟିଲାଗଡ, ବଲାଙ୍ଗିର
29/5/2019
Leave a Reply