ମତେ ମୁଁ
ଗଜାନନ ମିଶ୍ର
ମୁଁ ଆଉ
ମୁଁ ହୋଇ ନାଇଁ।
ଯଦି ନାଇଁ
କିଏ ହୋଇ ଅଛି?
ସେ ସବୁ ବି
ଅଜଣା ମତେ।
ମୁଁ ତ ଜାଣି ନି ମତେ,
ଆଉ କାହାକୁ
କେମିତି ଜାଣନ୍ତି!
ଜଣାଅଜଣା ଭିତରେ
ମୁଁ ଯାଇଛି ହଜି।
ହଜିଛି କୋଉଠି?
କହିବ କିଏ କେମିତି!
ଜଣେ ଦିଜଣ
ଟାଉଟର ଅସହିଷ୍ଣୁ
ଆସୁଛନ୍ତି ଆଗେଇ
କହିବାକୁ କେତେକଣ।
ସେସବୁ ଭିତରେ
ଜମାରୁ ନାଇଁ ମୁଁ
ଜାଣି ବି।
କହୁଛନ୍ତି ଏତିକିବେଳେ
ଯାହାସବୁ, ମୁଁ ବି
ପାଇ ପାରୁ ନି ହିସାବ।
ବଦଳାଇବାକୁ ନିଜକୁ
ଫୁରସତ ବି ନାଇଁ।
ଆଉ ମୁଁ କହି ରଖୁଛି
ଆରେ ହେଃ,
ଏତେସେତେ ଅଭ୍ୟାସ
କଣ ବେକାର ସବୁ!
କେଜାଣି ହେବ କଣ
ଆଗକୁ ଆଉ ମୁଁ
ପରଖୁ ପରଖୁ କିଏ କଣ
ଭେଟୁଛି ବେଳବୁଡା ସମୟକୁ।
ପାଖେଇ ଯାଉ ଯାଉ
ଖୁବ ଦୂରରେ,
ଆଉ ଦୂରଉ ଦୂରଉ
ପତ୍ତାସତ୍ତା ଯାଉଛି
ସବୁ ପାଖରୁ।
ମୋର କିଛି ଆଉ ଅଛି
ହେଉ ନି ଭାବି।
ଆଉଚୁମ୍ୱକରେ କହିଲେ
ନିଅଣ୍ଟ ଶବ୍ଦ।
ମୁଁ ମୋର ପୁଣି
ଖୋଜି ହେଉଛି କଣ,
ଅଜଣା ମତେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/6/2019
Leave a Reply