ଚାରିଆଡେ ଜଳୁଛି ହୁ ହୁ ନିଆଁ
ଲାଗିଛି ଦଙ୍ଗା, ମାର ପିଟ
ଚୋର, ତସ୍କର, ଧପାବାଜ
ମଦୁଆ, ଗଞ୍ଜେଇଆଙ୍କ ଦୌରାତ୍ମ୍ୟ
ଏଇ ସଙ୍କଟପୂର୍ଣ୍ଣ ପରିସ୍ଥିତିର
କେମିତି ମୁକାବିଲା କରିହେବ?
ଏଇ ପ୍ରଶ୍ନବାଚୀର ଵଳୟରେ
ଘୁରି ଘୁରି ସାଧାରଣଜନତା
ଆଜି ପାଲଟିଯାଉଛନ୍ତି
ନିରୁପାୟ ଓ କିଂକର୍ତ୍ତବ୍ୟମୂଢ!
ଜାଗ ଜନତା, ଜାଗ!
ନିଜ ଅଧିକାର ପାଇଁ ଲଢେଇ କର
ସତ୍ୟ କୁ ସାମ୍ନା କର! !
Copyright@ Poet,16 September,2019
Leave a Reply