1
କଣ ଦେଖି ଦେଖି
ଡେଉଁଛି ମାଙ୍କଡ
ପାରିବ କିଏ କହି?
କୋଉ କବିତାର
କୋଉ ଧାଡିରେ
ତୁମ ବିଷୟ ଅଛି?
ପାଣି ମିଶାଇଲେ
ଗଣି ହେବ କି ବାଲି?
କଳ୍ପନା କରି
ହେବ କି କହି
କେତେ ଆଗେଇଛୁ
ବିକାଶ ପଥରେ?
କହିବାକୁ ପଡିବ ଅବଶ୍ୟ
ଛେଳି ଓ ପାଣିର ସଂପର୍କ!
2
ପୂରା ହେବାକୁ ଦିଅ
ଫୁଲକୁ
ଜହ୍ନକୁ
ଆକାଶକୁ।
ଏ ମେଘଟା
କଣ ପାଇଁ
ୟାଡୁସ୍ୟାଡୁ ଗପୁଛି
ଜଣା ନାଇଁ।
ଅବଶ୍ୟ ଚାଲିଛି
ପୋଷାକ ବଦଳ।
ଅବଶ୍ୟ ଚପଲର ଫିତା
ଯାଉଛି ଛିଣ୍ଡି।
ବାଘ ଆଉ ଟଗର ଭିତରେ
ଥିବା ସଂପର୍କ ଏ ଯାଏ ଅଜଣା।
Leave a Reply