ଦାମର ଦମ୍
ଗଜାନନ ମିଶ୍ର
ପଡିଗଲା ଜଣା ଏଇଠି।
ଟେକ୍ ବଡ କି ବାଟି ବଡ
ପାରିଲା ନାଇଁ ବୁଝି!
କାହା ପାଇଁ ତାହେଲେ
ଏତେସେତେ?
ରଡୁଥିଲା ହୋ କେତେ,
ପାଣିରେ ପଡିଲା ମୂଷା ପରି
ଥରୁଛି ଶୀତରେ ଏବେ।
କୋଉ ଘର କି ନିଜର!
ପଚାରୁଛି ନିଜକୁ ନିଜେ।
ରହ ରହ ପଡିବ ଜଣା,
ଯାଉ, ଆଉ ଦିନାକେତେ!
ସିରିଏସ ହେଇଥିଲ କି
ଶୁଣିଲାବେଳେ ମତେ କେବେ?
ତପୋବନ, ଟିଟିଲାଗଡ, ବଲାଙ୍ଗିର
18/9/2019
Did you enjoy the the artible “ଶୁଣିଲାବେଳେ ମତେ While Listening To Me” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply