1
ମା ଆଉ ଝିଅ
ପାଣି ଆଉ ଘିଅ।
ଭଙ୍ଗା ନାଆ
ଫୁଲ ଧରି ଯାଆ।
ମାନଚିତ୍ରରୁ ହଟା
ମାଟିଆ ଚିଲ।
ନଈର ପଥ
ନୁହଁ ଧାଡିକିଆ ଉତ୍ତର।
ପାହାଡ ଆଉ ସୂର୍ଯ୍ୟ
ଅଗଣାଏ ଫର୍ଦ୍ଦ।
ଆକର୍ଷଣ ଅନ୍ୟନାମ
ଜୀବନ ଜୀବନ।
2
ବୁଝିବ ଭାଷା
ପୂରିବ ଆଶା।
ପ୍ରେମର ଅନନ୍ତ ଆଲୁଅ
ଛବିମୟ ସମୟ।
ନଈର ନୀର
ଶବ୍ଦ କଠୋର।
ଅଙ୍ଗ ଅଙ୍ଗରେ ଅଭିଷେକ
ଅମୃତ ଅନେକ।
ଜୀବନ ଅବଧି
ପ୍ରଭାତ ସ୍ଥିତି।
ଜହ୍ନ ଜହ୍ନ ସ୍ୱପ୍ନ
ଜୀବନ ଜୀବନ।
Did you enjoy the the artible “ଜୀବନ ଜୀବନ Life Life” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply