ଯେଉଁ ଭୟ ଗ୍ରାସି ଥାଏ
ମୋତେ ବାର ବାର
ଯେଉଁ କୋହ ରୁଦ୍ଧ କରେ
ନିଃଶ୍ୱାସ କୁ ମୋର
ଯେଉଁ ଲୁହ ନିଆଁ ଜାଳେ
ଛାତି ର ଜୁଇ ରେ-
ଆଜି ସେଇ ଭୟ, କୋହ, ଲୁହ
ଘେରି ଥିଲା ମୋତେ ଏକା ବେଳେ ।
ତମ କୁ ମୁଁ ଯେଉଁ ରୂପେ
ଦେଖେ ବୋଲି ଭାରି ଖୁସୀ ଥାଏ
ଭିତର ର ଅନ୍ତର୍ଦାହ ମୋର –
ଧୀରେ ଧୀରେ ଶୀତଳେଇଯାଏ
ଆଜି ମୋର ପହିଲି ଦେଖା ରେ
ପାଇଲି ନି ସେ ରୂପ ର ସ୍ପର୍ଶ
ମୂହୁର୍ତ୍ତକେ ହଜିଗଲା
ଜୀବନ ର ସବୁତକ ଅନ୍ତରଂଗ ହର୍ଷ ।।
Leave a Reply