ସକାଳର ପହିଲି କିରଣ
ଯେତେବେଳେ ମୋତେ ଛୁଇଁ ଗଲା-
କିଏ ଅବା ମୋ’ର କାନେ କାନେ
‘ତମେ ଆଜି ଯାଉଛ’ କହିଲା।
ମୋ ଭିତର ସ୍ପନ୍ଦନ ର ବେଗ
ବଢିଗଲା କେଡ଼େ ଅଚାନକ!
ଦୂରତା ର ନଈ ର ଶେଯରେ
ଆସିଗଲା ଜୁଆର ଅସଂଖ୍ୟ ।।
ଦୂର ସେଇ ଆକାଶ ର ପିଠି
ଧୂଆଁଳିଆ ଚାଦରେ ଢାଙ୍କିଲା,
ତୁମ ସ୍ମୃତି ଅଚାନକ ମୋ’ର
ଅନ୍ତରରେ ଜକ ଜକ କଲା ।।
ଇଚ୍ଛା ହେଲା ଏଇ ମୂହୁର୍ତ୍ତ ରେ
ଉଡି ଉଡି ତୁମ ପାଶେ ଯିବି,
ତୁମ ନୀଳ ଉତ୍ତରୀ ଫାଙ୍କରୁ
ତମ ସାଥେ ଆଖି ମିଶାଇବି ।।
Leave a Reply