ତୁମକୁ ଛାଡି ଏଇଠି
ଦୂରକୁ ଯିବାକୁ
ଆଜି ମନ ବଳୁନାହିଁ ଜମା-
ତୁମରି ଆଗେ ଏଇଠି
ବସି ମୁଁ ରହନ୍ତି
ଯାଆନ୍ତି ନି କେଉଁଠି କି ଜମା…
ଆଜି ଯାଏ କରୁଥିଲ
ଯାଦୁ ମୋ ଉପରେ
ତୁମ ଆଖି ନୀଳ ଚାହାଣୀ ରେ-
ଆଜି ମୋତେ ବାନ୍ଧି ନେଲ
ଜନ୍ମ ଜନ୍ମ ପାଇଁ
ତୁମ ନୀଳ ନୀଳ ଅକ୍ଷର ରେ….
ଆଖି ଆଖି ଚାହାଣୀ ରେ
ତିୁମ, ଥିଲା ଗୋଟେ
ଉଷୁମ ପରଶତୁମ ରକ୍ତିମ ଓଠ ର-
ଆଜି ଏଇ ନୀଳ ଚିଠି
ନୀଳ ଅକ୍ଷର ରେ
ଉଷ୍ମତମ ଆମନ୍ତ୍ରଣ, ତୁମ ଅନ୍ତର ର…
ତୁମ ଟିକି କାହାଣୀ ରେ
ଆଜି ଗୋଟେ ମୋଡ
ଆଣି ଦେଉ ଶବ୍ଦ ର ଯାଦୁ ରେ-
ମୋ ହାତ ରେ ଥାପି ଦେଇ
ଏଇ ନୀଳ ଚିଠି-
ଭିଜା ତୁମ ଆତ୍ମା ର ସ୍ପର୍ଶ ରେ…
ମୁଁ ଜାଣିଛି କେତେ ଉଷ୍ମ
କେତେ ଗଭୀରତା-
ମୋ ପାଇଁ ତୁମ ର ଏଇ, ଭଲ ପାଇବା ରେ…..
Leave a Reply