ତମ ସହ ଭେଟିବା ବେଳରେ
ସମୁଦ୍ର ଫେରାଇ ଦେଲା
ସବୁତକ ଲୁହ,
ଯେତେ ଯେତେ
ଦୂରତା ର ନୀଳ ନଈ ପାଣି ।।
ଅୟୁତ ନିଦାଘ ତୃଷ୍ନା
ଅତୀତର
ମୋହ ମହ ମହ
ଲାଗୁଥିଲା
ସତେ ଅବା ସପନ ଦେଖୁଚି!
ଆମେ ଯେଉଁ ପାହାଡ଼ ବୁକୁରେ,
କଣ୍ଟକିତ ଗଡାଣି ରାସ୍ତାରେ,
ବାରଂବାର ମାଟି ଛୁଉଁଥିଲେ…..
ସେଇ ଘାସ ଗାଲିଚାରେ
ସତେ ଅବା ତୁମରି କୋଳରେ
ମଥା ରଖି ଘୁମେଇ ପଡୁଛି…..
ଯେମିତିକା ତୁମ ମହ ମହ
ବାସ୍ନାରେ ବିଭୋର
ମନ ମୋର ସପନ ଦେଖୁଛି।।
ମୋ ମଥାର ଶୀତଳ କେଶରେ
ପହଁରୁଚି ତମ ଟିକି, ଉଷୁମ ଅଂଗୁଳି….
ଧୀରେଧୀରେ ସଞ୍ଚରି ଯାଉଛି
ଅଦିନିଆ କଳା ମେଘ-
ମୋ ପ୍ରଣୟ ଆକାଶ
ଆଷାଢୀ ଛାତିରେ ।।।
Leave a Reply