ସ୍କୁଲ ପଢା
ଗଜାନନ ମିଶ୍ର
ଭାତ ଅଣ୍ଡା ପୋଷାକ
ଛତା ଜୋତା କଲମ ଖାତା
ସାଇକେଲ ଲେପଟପ୍
ଶଳା, ସବୁ ଦିଆଗଲା।
ତଥାପି ଏମାନେ
ନାକେଦମ କଲେଣି!
ନୂଆ ପକ୍କାଘର ପାଇଖାନା
ପିଇବା ପାଣି ପାଇଁ ଫିଲଟର
ବିଜୁଳିବତି ଲାଇଟ ପଙ୍ଖା
ଶଳା, ସବୁ ପାଇଁ ପଇସା ସରିଲା।
ଏବେ ଦେଖିଲାବେଳକୁ
ନାଇଁ କିଛି କୋଉଠି!
ହେଉ ନି ବୁଝି
ଏମାନେ କଣ ଚାହାନ୍ତି!
ତପୋବନ, ଟିଟିଲାଗଡ, ବଲାଙ୍ଗିର
20/9/2019
Did you enjoy the the artible “ହେଉ ନି ବୁଝି Unable To Understand” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply