ସମାନ ଗାର
ଗଜାନନ ମିଶ୍ର
କାହା ସହ କାଟିବା
ସମାନ ଗାର?
କହିବ କିଏ
ବେଲୁନଟି ଫଟା
ତଥାପି ବିଚିତ୍ର ଭଙ୍ଗୀରେ
ଉଡୁଛି ଆକାଶରେ
କି ସୁନ୍ଦର!
କହିବ କିଏ ମୁଁ ମାଙ୍କଡ
ଡେଉଁଛି ଏ ଡାଳୁ ସେ ଡାଳ,
ଜଣା ନାଇଁ ଗନ୍ତବ୍ୟ ପଥ।
ଭୋଜି ଖାଅ, ମସ୍ତି କର,
ଆଉ ଦରକାର ଯଦି ଋଣ
ମନା ନାଇଁ, ନିଅ, ଆଉ
ଦେଖାଅ ଭିତରର ଅନ୍ଧାର।
2
ହୋଇଯାଅ ନିଜେ
ନିଜର ଆହୁଲା।
ହରିଣ ଦୌଡ ଦେଖ,
ଆଉ ଦେଖ
ମୂଷାର ଗାତଖୋଳା।
ସାତରୁ ସତର ମଣିଷ
ହେଉଛି ଶେଷ।
ପଇସା ପକାଅ
ତାମସା ଦେଖ
ସାପ ଗାତରେ।
ଋଷି ବୋଲି
ନିଜକୁ କହୁଛ
ଆଉ ଯାଉଛ ଫଶି।
ହାତ ଆଉ ହାତଡି
ପାରୁଛ ଯଦି ଯୋଡ ଭାଇ।
ତପୋବନ,ଟିଟିଲାଗଡ,ବଲାଙ୍ଗିର
16/9/2019
Leave a Reply