1
ପରବାଏ ନାଇଁ
ହଳଦିଆ ପତ୍ରକୁ
କହିପାରେ କେବଳ କବିତା
ରିଙ୍ଗରୋଡରେ ନାଚୁ ନାଚୁ।
ଶିକାର ଖୋଜେ ଆକାଶ
ଲଙ୍ଗଳା ଜଙ୍ଗଲରେ।
ତଥାପି ବନ୍ଦ ହୁଏ ନା
କବିତା।
2
ହଁ, ଚାଲିଛି,
ଚାଲିଛି କବିତା ଲେଖା।
କବିତାରେ ଟିକିଏ ଟିକିଏ
ଜୀବନକୁ ପରଖିବା କଥା।
ହରରଙ୍ଗୀ ଚଢେଇସବୁ
ଆସୁ ଆସୁ କାହିଁ କୁଆଡୁ
ଉପଭୋଗ କରୁଛନ୍ତି ଜୀବନକୁ।
ଦେଖି ଦେଖି ଆକାଶ ବି
ଯାଉଛି ଲୁଚି ଅଧାରୁ।
ଖଟାମିଠା ରାଗ ହେଲେ
କଣ କରିବ କବି!
ଉପରୁ ଖସେଇବ ପଥର
ନା ତଳୁ ଫିଙ୍ଗିବ,
ପାରୁ ନି ହୋଇ ସ୍ଥିର।
ଦେଖାରେଖାକୁ
ନାଇଁ ଯାହା ସମୟ।
ଉତ୍ତର ଆଶାରେ ହେଉଛି ଡୁବିବାକୁ
ଚେଁ ଚପଟ ନ ଥିଲାବେଳେ
ପୂର୍ବପରି ଏଠାରେ।
Leave a Reply