ସ୍ୱାଧୀନ ହେଲା କେବେ ଭାରତ?
ଗଜାନନ ମିଶ୍ର
କେମିତି ହେଲା ସ୍ୱାଧୀନ
ଆଉ ହେଲା କେବେ ଭାରତ?
କଣ ପାଇଁ ହେଲା ସ୍ୱାଧୀନ ଆଉ
କଲା କିଏ କାହାଠୁ ସ୍ୱାଧୀନ?
ଆରେ ଶଳେ, ଏମିତିସେମିତି
ଏଇଟା କି ସେଇଟା ନୁହଁ!
ସ୍ୱାଧୀନ ହେବାରେ ଯୋଉ
ଦମ ଦରକାର ଥିଲା
କିଏ ଦେଖେଇଥିଲା ବେ!
ନାଟକବାଜି କରି କରି
ଶୋଷି ନେଲାବେଳକୁ ସବୁ
କହିଲା କଣ ନା ଆରେୱା
ଭଲ ଭୁଆଁ ବୁଲେଇବାକୁ ହେଲା
କଥା ଶୁଣି ଶୁଣି ଘୂରିଗଲା ମଥା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
16/10/2019
Leave a Reply