କଥା ବୁଝୁ ନ
ଗଜାନନ ମିଶ୍ର
ନିରଂଜନ,
କିଆଁ କଥା ବୁଝୁ ନ!
ଆଉ କଥା ନ ବୁଝିଲାବେଳକୁ
ରହୁ ନି କିଛି ଚିରନ୍ତନ
ତୁମ ମନ ମୋ ମନ।
ମନରେ,
କୋଉଠାର କଥା ଯାଇ ରହିଲାଣି
ଆଉ କୋଉଠି!
ଆଉ ଆଉ ଖୋଜି ହେଉଛୁ କଣ?
ସିଧାସଳଖକୁ ବଙ୍କାତେଢା କହି
ଛଟପଟ ସାରାଦିନ।
ଦିଶୁଛି ଏ ଯୋଉ ଆଭାମଣ୍ଡଳ
କାହାରରେ ଏଇଟା ଧନ!
କହୁ ଥା ନିଜକୁ ନିଜେ
କେବେ ଫିଟିବ ବନ୍ଧନ!
କିଛି ନୁହଁ, ନୁହଁ।
ଶୁଣ ସବୁ ପ୍ରଶ୍ନ
ଆଉ ଶୁଣି ସବୁ ଦିଅ କହି
ପାରୁଛ ଯଦି କୋଉଠି କଣ କଣ!
ତପୋବନ,ଟିଟିଲାଗଡ,ବଲାଙ୍ଗିର
11/9/2019
Leave a Reply