ସଂସାର
ଗଜାନନ ମିଶ୍ର
ଭାଇ କହୁଥିଲା ଯିଏ
ମା ମଲାବେଳେ
ପାଣି ବୁଡିଏ ଦେଲା ନି
କ୍ରିୟାକର୍ମକୁ ଆସିଲା ନି।
ପ୍ରିୟ ଆଉ ଜ୍ଞାନୀ ଶଳା
ଥିଲା ଯିଏ ମରିବା ଆଗରୁ
ଲଗେଇ ଦେଇଗଲା
ମହାଭାରତ ।
ଶଶୁର କହୁଥିଲି ଯାହାକୁ
ଶତ୍ରୁ ପାଲଟିଗଲା
ମୋ ଛୁଆଙ୍କୁ ସଫା କରିବ
ପାଂଚି, କରି ଚାଲିଲା ମେଣ୍ଟ।
ଭିଣୋଇ କହୁଥିଲି ଯାହାକୁ
ଉଜାଡି ଦେଲା ମୋ ଘର।
ଆଉ ପଡୋଶୀ ପରମେଶ୍ଵର
କୁଆଡେ କହନ୍ତି ଥୋକେ,
ସୂତ୍ରଧର ସାଜିଲା ଘରର
ଜଣଜଣକୁ ଛ ନଅ କହି
ବରବାଦର ଚକ୍ରବ୍ୟୁହରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
21/10/2019
Leave a Reply