ଶାନ୍ତି ପୃଥିବୀ
ଗଜାନନ ମିଶ୍ର
ଶାନ୍ତି ମିଳିବ ସେତେବେଳେ,
ମତେ ମିଳିବ ଯେବେ
ମୁଠାଏ ଭାତ,
କାହାର ଦୟାରେ ନୁହେଁ,
ଏକ ଟଙ୍କା କି
ପାଂଚ ଟଙ୍କାରେ ନୁହେଁ,
ମୋର ହକ୍,
ମୋର ଅଧିକାର
ମୋର ମାଟିରେ
ମୋର ଭାଷାରେ
ମୋର ସମ୍ମାନ
ଆଉ ସ୍ୱାଭିମାନକୁ
ବଜାୟ ରଖି।
ମତେ ମିଳିବ
ଗୋଟିଏ ବସ୍ତ୍ର
ଗୋଟିଏ ଛାତ
କାହାର ଦାନରେ ନୁହେଁ,
ମୋର ଝାଳରେ
ମୋର ଇଜ୍ଡତରେ
ମିଳିବ ମତେ ମୋର
ଶାନ୍ତି, ଶାନ୍ତି ପୃଥିବୀ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
14/6/2019
Leave a Reply