କବିତା ଲେଖୁଥିବା କାହାକୁ ନା କାହାକୁ
ଗଜାନନ ମିଶ୍ର
ଲେଖୁଛ ଯଦି ଲେଖ, ଲେଖିଚାଲ କବିତା ।
ଲେଖୁଛି କବିତା କୁହ ନା।
ଲେଖୁଛ ଯଦି ଲେଖ, ଲେଖିଚାଲ କବିତା ।
କବିତାକୁ ଦେଖାଇ ଆଦାୟ କର ନା କିଛି ।
କବିତା ନୁହଁ ତୁମର ପ୍ରିୟ କବି,
ତୁମେ କବିତାର ନୁହଁ କେହି ।
ଗାଏମୋଟ ତୁମେ ଇ କବିତା,
କବିତା – ସସାଗରା ଧରା
ସୂର୍ଯ୍ୟ ଚନ୍ଦ୍ର ତାରା।
ଭିତରେ ବାହାରେ
ସଂସାର ପସରା, ପ୍ରିୟ କବି,
ଭଙ୍ଗା ମନ୍ଦିରର ପଥରପାରା।
ଦେଖୁଥାଅ ଜାଣୁଥାଅ ବୁଝୁଥାଅ,
ପ୍ରିୟ କବି, ଶବ୍ଦରେ ଶବ୍ଦରେ ଆଲୁଅଝରା।
ତପୋବନ, ଟିଟିଲାଗଡ, ବଲାଙ୍ଗିର
16/10/2019
Leave a Reply