ମୌସୁମୀ
ଗଜାନନ ମିଶ୍ର
ଆସିବ ଆସିବ ହେଉଛି ମୌସୁମୀ,
ଆସିବ କେମିତି?
କରିଛି କିଏ ରାସ୍ତା ବନ୍ଦ!
ଅବଶ୍ୟ ଲଘୁଚାପରେ
ରହିଛି ଆକାଶ ମେଘଭର୍ତ୍ତି।
ସୁନ୍ଦର ଆଖି କାନ୍ଦ କାନ୍ଦ।
ଦେଖରେ, ଜଗି ରହ,
ଘରବାଡି, ଆଉ ଆଉ
ରଖ ନିଜ ଆୟତ୍ତରେ
ନିଜ ସଂପତ୍ତି ।
ପରବର୍ତ୍ତୀ ପର୍ଯ୍ଯାୟରେ
କହିବା କେମିତି କଟିବ ରାତି।
ମୌସୁମୀର ନାଇଁ ପ୍ରଭାବ ମୋଟେ
ଆମଆଡେ ଆଉ ଆମେ
ଦେଉ ନା ଗୁରୁତ୍ୱ ମୌସୁମୀକୁ,
କିନ୍ତୁ ମୌସୁମୀ ଯେ
ଅଯଥା କଳହରେ ମାତି
ଯାଉଛି ନେଇ ଇଜ୍ଜତମହତ ସବୁ।
କୁହ ନା କିଛି ଆଉ
ମୌସୁମୀ ଯେଣେ ଇଚ୍ଛା
ତେଣେ ଯାଉ।
ଅଯଥା ଜଂଜାଳ ମୁଣ୍ଡାଇବାକୁ
ସମୟ କାହା ପାଖରେ?
ଥାନା କଚେରୀ ତେଣିକି ଥାଉ।
କେମିତି ପୁଣି
ମୌସୁମୀକୁ ଅଣା ହେବ
କହିବ ସିଏ ଅଛି ଯାହା ପାଖରେ
କହନ୍ତି ଯାହାକୁ ସ୍ୱାର୍ଥ।
ସୁବିଧା ସୁଯୋଗ ଦେଖି
ଆଉ କଥା ହେବା
ଏଥର ଥାଉ ଏତକ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
8/6/2019
Leave a Reply