ନାଇଁ କାହାରି କିଛି ଅଧିକାର,
ମୁଁ ସର୍ବେସର୍ବା,
ଏଇଟା ମୋ ସରକାର।
ଲୋକେ ଏଠି ପୋକମାଛି,
ଲୋକେ ଏଠି ବ୍ୟସ୍ତ
ମଦ ଆଉ ସଟ୍ଟାରେ।
କାହାରି କିଛି କହିବାର ନାଇଁ,
ଏଇଟା ମୋ ସରକାର।
ଫଡଫଡ ବିରୋଧୀ
କିଛି ମତଲବ ନାଇଁ।
ମୋ ସରକାରରେ
ପ୍ରତିଦ୍ୱନ୍ଦୀ ନାଇଁ।
ଲାଗୁଛି ମୋ ସହିତ ଲାଗି
ମରିବାକୁ ତୁମେ ଆସୁଛ ଧାଇଁ।
Did you enjoy the the artible “ମୋ ସରକାର My Government” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply