ସବୁ ଭଲ ଅଛି
ଗଜାନନ ମିଶ୍ର
ସବୁ ଭଲ ଅଛି,
ହଁ, ସବୁ ଭଲ ଅଛି।
ଉଲି କେଜି ଶହେ ଛୁଉଁଛି,
ଧନୀ ଆହୁରି ଧନୀ ହେଉଛି।
ସବୁ ଭଲ ଅଛି,
ପାଟି ଫିଟାଇଲେ ଭରା ହେଉଛି।
ସବୁ ଭଲ ଅଛି,
ହଁ, ସବୁ ଭଲ ଅଛି।
ଏଭ୍ରିଥିଙ୍ଗ ଇଜ ଫାଇନ୍,
ପଡୋଶୀ ସହିତ
ମଜଭୁତ ଖେଳ ଚାଲିଛି
ଟ୍ୱେନଟିନାଇନ୍।
ସବୁ ଭଲ ଅଛି
ଦେଶ ସେବା ଚାଲିଛି।
ପୂରା ହାୱାରେ
ପୂରା ଦେଶ
ଉଠୁଛି ପଡୁଛି
ଆଉ ଉଡୁଛି।
ତପୋବନ, ଟିଟିଲାଗଡ, ବଲାଙ୍ଗିର
23/9/2019
Leave a Reply