1
ସଜ ଚାଲେ
ରଜ ପାଇଁ।
ଡର ଭୟ ନାଇଁ।
ଦିଗପହଣ୍ଡି ଯାଇ
ଠିଆ ହୁଏ ଘଡିଏ
ପଚାରିଲେ କିଏ କିଏ
ସୁ ସୁ କରି ପକାଏ ଅନ୍ଧାରରେ।
ଜୀବନ ଜାତକ
ଥାଏ ସେଠି
ନିଦ ଆସେ ନା
ବରଂ ଭାଙ୍ଗେ।
2
ଭାଙ୍ଗିଲା ରାତିରେ
ମୋ ନିଦ।
ଶବ୍ଦ ଆସୁଥିଲା ସେଇ
ଦକ୍ଷିଣ ଦିଗର
ବୁଢା ତେନ୍ତୁଳିଗଛରୁ
ସେଇ ଧଳା ପେଚାର
ହୁଟ୍ ହୁଟ୍।
କଟା ଘା’ ରେ
ମରିଚଗୁଣ୍ଡ ଦେଲାପରି
ମେଘ ଆଉ ବିଜୁଳି
ନାଚି ଚାଲିଥିଲେ
ବେଖାତିର କରି ଅନ୍ଧାର।
ଏକଜିଦିଆ ପବନ
ହୋଇଥିଲା ଠିଆ ପୂରା
ସ୍କୁଲ ଜଗୁଆଳିର ଠେଙ୍ଗାପରି।
ପଛକୁ ପାରୁ ନ ଥିଲି ଫେରି।
ପଥର ଆଉ ପାଣି
କୋଳାକୋଳି ଚାଲିଥିଲେ
ମୋ ନଜରରୁ
ଖୁବ ଦୂରକୁ।
Leave a Reply