ଆକାଶ ଫଟା
ଗଜାନନ ମିଶ୍ର
ଆକାଶଟା ଫାଟିଥିଲେ
କହିଥାନ୍ତ, ହଁ ହେଲା।
ଆଉ କଣ ହେବାର ଥିଲା?
ପିଂପୁଡିପଲ ତ ଆସିଲେ ଘେରି,
ଶଳା, ଯମ ଯନ୍ତ୍ରଣା ଠୁ ବଳି
ମିଳିଲା କଷ୍ଟ ବି
ଲାଗୁଥିଲା ଯେମିତି ଉଡିଯିବ
ମେଦିନୀ ଆଉ କୁଆଡକୁ।
ହୃଦୟ ଫଟାଫଟି ହେଲାପରେ
ଥିଲା ଆଉ କଣ ଯେ!
ଘର ଭିତର ବାହାର ହୋଇଗଲା ସବୁ
ଏକାଥରକେ ସଫା।
ସ୍ୱପ୍ନ ରହିଗଲା ସ୍ୱପ୍ନ ହୋଇ
ଭଲ ଷ୍ଟ୍ରୋକ୍ ଟେ ମିଳିଗଲା ହୋ ଭାଇ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
28/6/2019
Leave a Reply