ମୋ ମା
ଗଜାନନ ମିଶ୍ର
ମତେ ଭଲ।
ଯଦି ତୁମର ବି ମା
କିଆଁ ଶେଷବେଳେ
ଠିକ୍ ଭାବେ ସେବାଦେଇ
ପାଖରେ ନ ରଖିଲ!
କିଆଁ ମଲାବେଳକୁ
ପାଣିବୁଡେ ନ ଦେଲ!
ଶୁଦ୍ଧିକ୍ରିୟାକୁ ନ ଆସିଲ!
ଘଟଦୀପକୁ ନ ଦେଖିଲ!
ମୋର ଭାଷା,
ମତେ ଭଲ।
ମା ଭାଷା
ପୂରା ଅସଲ।
ଯଦି ତୁମର ବି ଭାଷା,
କିଆଁ ଛାଡୁଛ ଆଶା!
ନାକଘୋଷାଡି
ଉଠବସ କରାଅ
ସେ ମନ୍ତ୍ରୀ ହେଉ
କି ରାଜା।
କିଆଁ ଭୁଲୁଛ
ତୁମ ମାଟିରେ
ତୁମ ଭାଷାରେ
ତୁମର ଇ
ସାର୍ବଭୌମ ଅଧିକାର,
ଅଧିକାରୀ ଅମଲାସବୁ
ତୁମ ସେବା କରିବାକୁ
ସଦା ତୟାର।
ବୁଝୁନି ଯିଏ
କର ଇଲାକା ବାହାର।
ଯାହା ଦେଖୁଛ
ସବୁ ତୁମର ଇ
ଏ ପାଣି ପବନ।
ମଦ ପିଆଇ
ମାଗିଖିଆ କରି
ଦାଦନ ପଠାଇ
ଯିଏ କରୁଛି
ତୁମକୁ ଶୂନ୍ୟ
ଭଲକରି ଚିହ୍ନ ।
ସିଏ ନିଶ୍ଚେ
ବିଦେଶୀ ଭୃଣ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
28/7/2019
Leave a Reply