ବାପ-ପୁଅ ନାଟକ
ଗଜାନନ ମିଶ୍ର
1
ବାପ-ପୁଅ ନାଟକ
ବେଶ୍ ରୋମାଂଚ।
ବାପ ବାହାରେ
ତ ପୁଅ ଭିତରେ ।
ବାପଟା ଗଲା
ବାହାରକୁ ଭୁଲରେ।
ମାର ତାଳି ପିଲାଏ
କୋଟି ଟଙ୍କା ଖର୍ଚ୍ଚରେ।
2
କାହାର ଟଙ୍କାରେ କେମିତି
କିଏ କରୁଛି ମସ୍ତି ଏଠାରେ।
ପଡ ନା ପଡ ନାରେ
ବାପ-ପୁଅ ପାଲରେ।
ଆରେ ହେ, ଏ ଶଳେ
ନିଜକୁ ନିଜେ କରାଉଛନ୍ତି
ଠିଆ ଭାରି ଚାଲାକିରେ।
ଏକ ଏମାନେ ଭିତରେ ବାହାରେ ।
3
ରହସ୍ଯଘେରରେ
ବାପ-ପୁଅ ଏବେ।
ବାପକୁ ପୁଅ
ପୁଅକୁ ବାପ
ସୋଧାସୋଧି କେତେ!
ରହରେ ରହରେ
ମିଠାରେ ମଦରେ
ଜୀବନ ଯିବ ସତେ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
16/10/2019
Leave a Reply