ଫନି
ଗଜାନନ ମିଶ୍ର
ଥିଲେ ଗୁଡାଏ
ଗଲେ କୁଆଡେ!
ଫନି ଆସିଲା, ଗଲା।
ଗଛ ସବୁ ଭାଙ୍ଗିରୁଜି
ଉଜାଡି ଦେଇ ଗଲା।
ଜଙ୍ଗଲ ଶବ୍ଦକୁ
ମେଟାଇ ଦେଇ ଗଲା!
ହେଟା ଥିଲା, କୁଟରା ଥିଲା,
କିସମ କିସମର ହରିଣ,
ଠେକୁଆ ଆଉ ବି
କଣ କଣ ଥିଲେ।
କୁଆଡେ ଗଲେ,
କୋଉଠି ଛପିଲେ
ପତ୍ତା ମିଳୁନି
ଯେତେ ଯିଏ ଖୋଜିଲେ।
ମରିଥିଲେ କୋଉଠି
ମୃତ ଦେହ ତ ପଡି ଥାନ୍ତା ନା!
ଏତିକି ଗଛ
ଏତିକି ପକ୍ଷୀ
ଏତିକି ଜୀବଜନ୍ତୁ
କୋଉଠି ରହିଲେ!
ଡହକବିକଳ ଏ ମନ,
ବହୁଦୂର ବୃନ୍ଦାବନ ।
ଏତେ ପବନ
ନା ଶୁଣିଥିଲା
ନା ଦେଖିଥିଲା
ଏ ଜୀବନ!
ସମୁଦ୍ର ଏତେ କଠିନ!
ଯୋଗାଯୋଗ ସବୁ
ସବୁ ସବୁ ବିଚ୍ଛିନ୍ନ ।
ଫନି – ସାମୁଦ୍ରିକ ବାତ୍ଯା ଯାହା ନଷ୍ଟଭ୍ରଷ୍ଟ କରିଦେଲା ପୁରୀର ଜଙ୍ଗଲ, ଜୀବଜନ୍ତୁ ଗତ 3/5/2019ରେ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
6/5/2019
Leave a Reply