ସାକ୍ଷୀ
ଗଜାନନ ମିଶ୍ର
ପାଇଲି ନି ସମୁଦ୍ର
ଏଇଠି କୋଉଠି
ତଥାପି ଦେଲି
ହାତରେ ତୁମର
ଗୋଲାପ ଫୁଲ।
ଶୁଣିଲା କି ନ ଶୁଣିଲା
କେଜାଣି ପିଂପୁଡି ମହୋଦୟ,
ହେଲା ହେଲା କହିଲା
ହାତଘଣ୍ଟା ମୋର।
ଗଛ ରହିଲା ସାକ୍ଷୀ
ଭାଙ୍ଗିଲା ଯଦିଓ କିଛି ଡାଳ।
ଥିଲା ଥିଲା ଉପରକୁ ଉଠିବା
ଆରମ୍ଭ କଲା ଉଡାଜାହାଜ
ଅନ୍ଧାର ଥିଲା ଯଦିଓ ଚାରିଆଡ।
ତପୋବନ, ଟିଟିଲାଗଡ, ବଲାଙ୍ଗିର
10/5/2019
Did you enjoy the the artible “ପାଇଲି ନି ସମୁଦ୍ର Could Not Get Sea” from Gajanan Mishra on OZOFE.COM? Do you know anyone who could enjoy it as much as you do? If so, don't hesitate to share this post to them and your other beloved ones.
Leave a Reply