ଦିପାବଳୀ
ଗଜାନନ ମିଶ୍ର
ନମସ୍ତେ ପ୍ରକାଶ,
ତୁ ମୋ ଭିତରେ
ମୁଁ ତୋ ଭିତରେ।
ନମସ୍ତେ ନମସ୍ତେ ।
ତୁ ଡାକୁଛୁ ମତେ
ମୁଁ ଡାକୁଛି ତତେ
ବାଣ ଫୋଟକାରେ।
ନମସ୍ତେ ନମସ୍ତେ ।
ତୁ ସୀମାରେ
ତୁ ଅସୀମାରେ
ତତେ ତୁ ବଢାଉଛୁ
ମତେ ମୁଁ।
ପ୍ରକାଶ କରିବାରେ
ସଦା ବ୍ୟସ୍ତ ଆମେ
ଦୁହେଁ ଏଠାରେ।
ନମସ୍ତେ ପ୍ରକାଶ
ନମସ୍ତେ ନମସ୍ତେ ।
ଖାତିର କର ନି
ଅନ୍ଧାରକୁ
କହୁଛୁ ତୁ ସଭିଙ୍କୁ।
ନମସ୍ତେ ନମସ୍ତେ ।
ଅନ୍ଧାରକୁ ଚିରି
ମୁଁ ଛୁଟୁଛି ଉପରକୁ
ଉପରକୁ ଉପରକୁ।
ଆକାଶ ମୋର
ତାରା ଭର୍ତ୍ତି,
କହୁଛୁ ତୁ।
ନମସ୍ତେ ନମସ୍ତେ ।
ସବୁ ସୁଖ
ସବୁ ସୌନ୍ଦର୍ଯ୍ୟ
ଏଠାରେ
ଏଇ ମାଟିରେ ।
ନମସ୍ତେ ନମସ୍ତେ ।
ନମସ୍ତେ ପ୍ରକାଶ
ନମସ୍ତେ ନମସ୍ତେ ।
ତୁ ତୋର ଆଦ୍ୟ
ତୁ ତୋର ପଦ୍ୟ
ମୁଁ ଇ ମୁର୍ଖ
ଜୀବନକୁ କରୁଛି
ଶୁଖିଲା ଗଦ୍ୟ।
ନମସ୍ତେ ପ୍ରକାଶ
ନମସ୍ତେ ନମସ୍ତେ ।
ତପୋବନ,ଟିଟିଲାଗଡ, ବଲାଙ୍ଗିର
27/10/2019
Leave a Reply